କାଳ ହେଲା କାଳ ବୈଶାଖୀ,ଉଡ଼ିଗଲା ଛତୁଆ ଟି ଏଚ ଅର୍ ୟୁନିଟ୍ ର ଛାତ

ରାୟଗଡା ତା ୧୦/୦୬ (ନିପ୍ର) କାଳ ହେଲା କାଳ ବୈଶାଖୀ । କାଳ ବୈଶାଖୀର ତାଣ୍ଡବରେ ଉଡ଼ିଗଲା ମାଁ ଭଗବତୀ ଗ୍ରୁପ୍ ଦ୍ୱାରା ପରିଚାଳିତ ଛତୁଆ ଟି ଏଚ ଅର୍ ୟୁନିଟ୍ ର ଛାତ। ସୂଚନା ମୁତାବକ ରାୟଗଡ଼ା ଜିଲ୍ଳା କାଶୀପୁର ବ୍ଲକରେ ଜିଲ୍ଲାର ସର୍ବ ବୃହତ୍ ଛତୁଆ ଟି ଏଚ ଅର୍ ୟୁନିଟ୍ ରହିଥିବା ବେଳେ ଏହାକୁ କାଶୀପୁର ସଦର ସ୍ଥିତ ମାଁ ଭଗବତୀ ଗ୍ରୁପ୍ ଦ୍ୱାରା ପରିଚାଳନା କରାଯାଉଛି । ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଅକସ୍ମାତ କାଳ ବୈଶାଖୀ ର ତାଣ୍ଡବରେ ଉକ୍ତ ୟୁନିଟ୍ ର ଛାତ ଉଡିଯାଇଥିବା ବେଳେ ପ୍ରାୟ ସମସ୍ତ ଆଜବେଷ୍ଟସ ଭାଙ୍ଗି ଚୁରମାର୍ ହୋଇଯାଇଛି। ଏହାସହ ପ୍ରାୟ ୨୦୦ ବସ୍ତା ରୁ ଉର୍ଦ୍ଧ୍ୱ ଗହମ ପାଣିରେ ଭିଜି ନଷ୍ଟ ହୋଇଯାଇଥିବା ବେଳେ , ୪୦ କ୍ୱିଣ୍ଟାଲ ଚିନି ସହ ଚିନା ବାଦାମ ଓ ସୁଜି ମଧ୍ୟ ନଷ୍ଟ ହୋଇଥିବା ମାଁ ଭଗବତୀ ଗ୍ରୁପର ସଭାପତି କବିତା ମହାନ୍ତି କହିଛନ୍ତି । ଅଚାନକ ଆସିଥିବା କାଳ ବୈଶାଖୀ ତାଙ୍କ ପାଇଁ କାଳ ହେଲା ବୋଲି ସେ ଆବେଗଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନକୁ ମଧ୍ଯ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ