ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ହେମା ମିଲାନୀଙ୍କ ବଡ଼ ଝିଅ ଇଶା ଦେଓଲ। ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅଶାନ୍ତି ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଇଶା ଏବଂ ଭରତ ମିଳିତ ବିବୃତ୍ତି ଜାରି କରି ସେମାନଙ୍କ ଅଲଗା ହେବା ଘୋଷଣା କରିଛନ୍ତି।ବିବାହର ୧୨ ବର୍ଷ ପରେ ଦୁହେଁ ସେମାନଙ୍କର ସମ୍ପର୍କ ଶେଷ କରିଛନ୍ତି । ଇଶା ଏବଂ ଭରତଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି। କିନ୍ତୁ ଏହି ସମୟରେ ଇଶାଙ୍କ ପୁସ୍ତକ ବିଷୟରେ ଅନେକ ଆଲୋଚନା ହେଉଛି ।ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଈଶା ଏବଂ ଭରତ ୧୨ ବର୍ଷ ପୁରୁଣା ବିବାହରେ ଅନ୍ୟ ଜଣେ ଯୁବତୀ ବିବାଦର ମୁଖ୍ୟ କାରଣ ସାଜିଛନ୍ତି। ବର୍ତ୍ତମାନ ଶୁଣିବାକୁ ମିଳିଛି ଏହା ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଛି। ଏହାର ଅର୍ଥ ହେଉଛି ଭରତଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କର ସମ୍ପର୍କ ରହିଛି |
ପ୍ରତ୍ୟେକ ଇଭେଣ୍ଟରେ ହେମା ମାଲିନିଙ୍କ ସହ ଇଶାଙ୍କୁ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ତାଙ୍କ ସ୍ବାମୀ ଭରତ ସମସ୍ତ ବଡ ଇଭେଣ୍ଟରୁ ନିଖୋଜ ଥିବା ଦେଖିବାକୁ ମିଳିଥିଲା ଯେଉଁଠାରେ ସେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଥିଲା। ଯେତେବେଳେ ଏହି ସବୁ ଜିନିଷ ସତ୍ୟ ହୋଇଥିଲା ସେତେବେଳେ ଏହା ମଧ୍ୟ ସତ ହୋଇପାରେ ଯେ ଭରତଙ୍କର ଅନ୍ୟକାହା ସହ ସମ୍ପର୍କ ଅଛି।