କାହିଁକି ଜୟ ଶ୍ରୀରାମ ଲେଖି କ୍ଷମା ମାଗିଲେ ନୟନତାରା ?

ଭୁଲ୍ ମାଗିଲେ ଅନ୍ନପୂର୍ଣ୍ଣୀ ସିନେମା ଷ୍ଟାର ନୟନତାରା। ଅନ୍ନପୂର୍ଣ୍ଣୀ ଫିଲ୍ମକୁ ନେଇ ଦର୍ଶକଙ୍କ ଆଘାତ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତ୍ରୀ ନୟନତାରା। କାହାର ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ସୂଚନା ମୁତାବକ ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ନୟନତାରା ତାଙ୍କ ଚଳଚ୍ଚିତ୍ର’ ଅନ୍ନପୂର୍ଣ୍ଣି ‘ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ପ୍ରଭୁ ରାମଙ୍କୁ ଅଣଶାକାହାରୀ (ନନ୍‌ ଭେଜିଟାରିଆନ) ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏହି ଚଳଚ୍ଚିତ୍ର ବିବାଦ ଭିତରକୁ ଆସିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ଏତେ ବିବାଦ ଥିଲା ଯେ ଏହାକୁ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରୁ ହଟାଇ ଦିଆଯାଇଥିଲା ଏବଂ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ମାମଲା ମଧ୍ୟ ରୁଜୁ ହୋଇଥିଲା।

ଫିଲ୍ମକୁ ସେନସର ବୋର୍ଡର ସ୍ବୀକୃତି ସତ୍ତ୍ବେ ଏହାକୁ ଓଟିଟି ପ୍ଲାଟଫର୍ମକୁ ବାହାର କରାଯିବ ବୋଲି ସେ କେବେ ଆଶା କରିନଥିଲେ । ତେବେ ଦର୍ଶକଙ୍କ ଭାବନାକୁ ଆଘାତ ହୋଇଥିବାରୁ ନୟନତାରା ଏବଂ ଅନ୍ନପୂର୍ଣ୍ଣୀ ସିନେମାର ପୁରା ଟିମ ତରଫରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital