ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ବ୍ରେକ୍ଅପ୍ କରିଛନ୍ତି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ୨୦୧୯ରେ ଏହି ଦମ୍ପତି ଅଫିସିଆଲ ଭାବରେ ସେମାନଙ୍କର ସମ୍ପର୍କକୁ ନିଶ୍ଚିତ କରିଥିଲେ । ଉଭୟ ପ୍ରାୟତଃ ଏକାଠି ଦେଖାଯାଉଥିଲେ ଏବଂ ସୋସିଆଲ ମିଡିଆରେ ପରସ୍ପରର ଫଟୋରେ କମେଣ୍ଟ ମଧ୍ୟ କରନ୍ତି ।
ହେଲେ କିଛି ସମୟ ପୂର୍ବରୁ ଏହି କପଲଙ୍କର ବ୍ରେକଅପ୍ ହୋଇଥିଲା। କିନ୍ତୁ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବ୍ରେକଅପ୍ ଉପରେ କୌଣସି କମେଣ୍ଟ ଦେଇନାହାଁନ୍ତି କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଉଭୟେ ଅଲଗା ହୋଇଯାଇଛନ୍ତି।ପୂର୍ବରୁ ଅଭିନେତା-ପ୍ରଯୋଜକ ଅରବାଜ୍ ଖାନଙ୍କୁ ବିବାହ କରିଥିଲେ ମଲାଇକା। ୨୦୧୭ରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ସେମାନଙ୍କର ଏକ ପୁଅ ଅରବାଜ ରହିଛି। ନିକଟରେ ଅରବାଜ ମେକଅପ୍ ଆର୍ଟିଷ୍ଟ ସୁରା ଖାନଙ୍କୁ ବିବାହ କରିଛନ୍ତି।