ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।ଛାତ୍ର ସଂସଦ ନିର୍ବାଚନକୁ ନେଇ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି,”ଆଜି ରାଜ୍ୟର ସମସ୍ତ ଏସପିମାନଙ୍କୁ ନେଇ ଏକ ବୈଠକ କରାଯିବ । ଏହି ବୈଠକ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ହେବ । କଲେଜ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । କ୍ୟାମ୍ପସ ଗୁଡିକରେ ଯେପରି ବାହାର ଲୋକଙ୍କର ହସ୍ତକ୍ଷେପ ନ ରହିବ ତାହା ଉପରେ ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଅପରାଧ ଭଳି ବ୍ୟବହାର ନକରିବାକୁ ନିବେଦନ କରୁଛୁ । ଅମାନିଆ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ବାଟକୁ ଆଣିବାକୁ ପୋଲିସକୁ ପରାମର୍ଶ ଦିଆଯାଇଛି । ” ବାହାର ହସ୍ତକ୍ଷେପ ନ ରହିଲେ ନିର୍ବାଚନ ଶୃଙ୍ଖଳିତ ଭାବରେ ପରିଚାଳନା ହୋଇ ପାରିବ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।
