ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହୋଇଛି । ହୀରାକୁଦ ଡ୍ୟାମ୍ର କର୍ତ୍ତୃପକ୍ଷ ସକାଳ 11ଟାରେ 4ଟି ଗେଟ୍ ଖୋଲି ଚଳିତ ସିଜିନ୍ର ପ୍ରଥମ ବନ୍ୟାଜଳ ଜଳଭଣ୍ଡାରରୁ ଛାଡିଛନ୍ତି । ଜଳଭଣ୍ଡାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି ।ଜଳ ନିଷ୍କାସନ ପ୍ରାୟ 1 ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ଫଳରେ ତଳିଆ ଅଞ୍ଚଳଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ।। ଉପରମୁଣ୍ଡରୁ ପାଣି ଆସୁଥିବାରୁ ହୀରାକୁଦ ନଦୀବନ୍ଧ ଫୁଲୁଛି । ତେଣୁ ଆଜି ଡ୍ୟାମର 4ଟି ଗେଟ୍ ଖୋଲିଛି । ସ୍ଥିତି ଦେଖି ଆବଶ୍ୟକ ପଡ଼ିଲେ ଆଉ କିଛି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ଆଜି ସକାଳ ୧୧ ଟା ସମୟରେ ପାରମ୍ପରିକ ପୂଜାର୍ଚ୍ଚନା ପରେ 7 ନମ୍ବର ସ୍ଲୁଇସ ଗେଟ୍ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ଓ ଏହି ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ , ହୀରାକୁଦ ନଦବନ୍ଧର କର୍ମକର୍ତା ଉପସ୍ଥିତ ରହିଥିଲେ ।
