ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି। ପଙ୍କଜ ଉଧାସଙ୍କ ପରଲୋକ ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।ଗଜଲ ଜଗତରେ ପଙ୍କଜ ଉଧାସ ଏକ ବଡ ନାମ ଥିଲେ। ତାଙ୍କର ଗଜଲ ‘ଚିଠି ଆଇ ହୈ’ ମାଧ୍ୟମରେ ସେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ଏହି ଗଜଲ ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ସାମିଲ ହୋଇଥିଲା।
ପଙ୍କଜ ଅନେକ ଗଜଲକୁ ସ୍ବର ଦେଇଥିଲେ ଯେଉଁଥିରେ ୟେ ଦିଲ୍ଲଗି, ଫିର ତେରୀ କାହାନି ୟାଦ ଆଇ, ଚଲେ ତୋ କଟ ହି ଜୟେଗା ଏବଂ ତେରେ ବିନ ସାମିଲ ଅଛି। ୧୯୫୧ ମେ ୧୭ରେ ଗୁଜୁରାଟରେ ଜନ୍ମ ଗ୍ରଣ କରିଥିଲେ ଏହି କଣ୍ଠଶିଳ୍ପୀ । ପିଲାଟି ବେଳୁ ଥିଲା ଥିଲା ସଂଗୀତ ପ୍ରତି ଦୁର୍ବଳତା । କିନ୍ତୁ ୧୯୮୦ ରୁ ୯୦ ଦଶକରେ ସେ ହୋଇଯାଇଥିଲେ ଫେମସ । ଅନେକ ସୁପର ହିଟ୍ ଫିଲ୍ମରେ ଗୀତ ଗାଇ ସେ ହୋଇଥିଲା ସୁପରଷ୍ଟାର ସିଙ୍ଗର । ଏହାସହ ଅନେକ ଆଲବମ୍ରେ ବି ଗାଇଛନ୍ତି ଗୀତ ।