କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ସକାଳୁ ଏଯାଏ ୩ ଜଣଙ୍କ ମୃତଦେହ ମିଳିଲାଣି । ଗୋଟିଏ ଦିନ ରେସକ୍ୟୁ ଅପରେସନ ସ୍ଥଗିତ ପରେ ଆଜି ପୁଣି ଗିଡ଼ିପାବାଲିରେ ଆରମ୍ଭ ହୋଇଛି ମଣିଷ ଖୋଜା । ୮୦ ଜଣିଆ ଟିମ୍ ଗିଡିପାବାଲି ସ୍ଥିତ ଭୂସ୍ଖଳନ ସ୍ଥଳରେ ମଣିଷ ଖୋଜା ଆରମ୍ଭ କରିଛନ୍ତି | ଆଜି ମାଟି ତଳୁ ୩ ଜଣଙ୍କ ମୃତଦେହ ମିଳିଲାଣି । ଜଣେ ମହିଳା ଏବଂ ଦୁଇ ଜଣ ବାଳକର ମୃତଦେହ ମିଳିଛି । ଭୂମିକା ପ୍ରଧାନ ନାମକ ଜଣେ ମହିଳା, ଅରୁଣ ପ୍ରଧାନ ନାମକ ନାବାଳକ ସହ ଅନ୍ୟ ଜଣେ ନାବାଳକର ମୃତଦେହ ମିଳିଛି ଏହା ପୂର୍ବରୁ ଘଟଣାସ୍ଥଳରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଥିଲା । ଫଳରେ ଏହି ଭୂସ୍ଖଳନ ଘଟଣାରେ ମୋଟ ୫ ଟି ମୃତଦେହ ଉଦ୍ଧାର ହୋଇସାରିଛି।ମାଟି ଅତଡ଼ା ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ଖୋଜାଖୋଜି ଚାଲିଛି । ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
