ଗିରଫ ପରେ ଜେଲ୍‌ରେ ପୁଣି ଅସୁସ୍ଥ, ଚାମେଲିଙ୍କୁ ପୁଣି ମେଡିକାଲ୍‌ରେ କରାଗଲା ଭର୍ତ୍ତି

ବାରିମୂଳ ଜେଲ ଯାଇଥିବା ତିଖିରୀ ପଞ୍ଚାୟତର ଚର୍ଚ୍ଚିତ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଜେଲ୍ ମଧ୍ୟରେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି। ସେଠାରେ ତାଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ମେଡିକାଲ ଯାଇ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିଛନ୍ତି। ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଭକ୍ତ। ଏଥିସହ ରାଜ୍ୟ ସରପଞ୍ଚ ସଂଘ ସଭାପତି ଓ ତାଙ୍କ ଟିମ୍ ମଧ୍ୟ ଡାକ୍ତରଖାନା ଯାଇ ଚାମେଲିଙ୍କୁ ଭେଟିଛନ୍ତି। ଆଜି ଚାମେଲିଙ୍କୁ କୋର୍ଟ ଚାଲାଣ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଥାନା ଭିତରେ ଏବଂ ବାହାରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ, ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସହ ହୋଇଥିବା ତୀବ୍ର ବିବାଦ ଓ ହଙ୍ଗାମା ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫ କରିଥିଲା। ଏହାପରେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ଅଧିକ ପଢନ୍ତୁ