ଗୁରୁଦିବସ ଅବସରରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ଗୁରୁଦିବସ ଅବସରରେ ଆଜି ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ  ଭବ୍ୟ ଏବଂ ଉତ୍ସବମୁଖର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ଗୁରୁଦିବସ ପାଳନ କରିବା ସହ ଗୁରୁପୂଜନ କାର୍ଯ୍ୟସୂଚୀ ସମ୍ପନ୍ନ କରିଥିଲେ।
ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ସଭାରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସୁରେନ୍ଦ୍ର କୁମାର ସ୍ୱାଇଁ ଏବଂ ପ୍ରଦୀପ୍ତ କୁମାର ଡାକୁଆଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।


ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ଗୁଣର ବିକାଶ ଘଟାଇ ଜଣେ ଜଣେ ସୁନାଗରିକ ଭାବେ ଗଢ଼ିଉଠିବା ଏବଂ ଦେଶ ଓ ଜାତିର ନାମକୁ ଉଜ୍ଜ୍ୱଳ କରିବା ପାଇଁ ସମ୍ବର୍ଦ୍ଧିତ ଶିକ୍ଷକମାନେ ଉପସ୍ଥିତ ପିଲାମାନଙ୍କୁ ପ୍ରେରଣାଦାୟୀ ପରାମର୍ଶ ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରଥ, ସୁନିତା ନାୟକ, ଭବାନୀ କୁମାରୀ ଆଚାର୍ଯ୍ୟ, ନବଜ୍ୟୋତି ମହାପାତ୍ର, ରୋଜାଲିନ ମିଶ୍ର, ସୌଦାମିନୀ ପ୍ରଧାନ, ସ୍ଵାଗତିକା ଦଳେଇ, ଇଲାଚା ମାଝୀ, ରାଜକିଶୋର ଟୁଡୁ, ଅଶୋକ ମିଶ୍ର, ଉମାକାନ୍ତ ମିଶ୍ର, ଅନୁସୟା ମିଶ୍ର, କାଦମ୍ବିନୀ କରଣ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଶେଷରେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା।

ଅଧିକ ପଢନ୍ତୁ