ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍ ପାଇଁ ଗର୍ଜିଲେ ରାଜ୍ୟର ହଜାର ହଜାର ଶିକ୍ଷକ ଓ କର୍ମଚାରୀ।ସଂଗଠନର ପ୍ରମୁଖ ଦାବି ରହିଛି, 25ରୁ 30 ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନରୁ ବଞ୍ଚିତ ୧୯୪ ଓ ଅନ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା।ବିଶେଷକରି ଅବସର ନେଇଥିବା ଅନେକ ଶିକ୍ଷକ ଓ କର୍ମଚାରୀ ପେନଶନ ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧାରୁ ବଞ୍ଚିତ ହୋଇ ଆର୍ଥିକ ସମସ୍ୟାରେ ରହୁଥିବା ଅଭିଯୋଗ ଆନ୍ଦୋଳନକାରୀମାନେ କରିଆସୁଛନ୍ତି। ଏଥିସହ ଚାକିରିର ସେବା ସର୍ତ୍ତ, ଦରମା ଓ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବାକୁ ମଧ୍ୟ ଦାବି ହୋଇଛି।
ଗୁରୁଦିବସରେ ଲୋୟର ପିଏମ୍ଜିରେ ଶିକ୍ଷକମାନଙ୍କ ଏହି ବିକ୍ଷୋଭ ଫଳରେ ରାଜଧାନୀରେ ଆନ୍ଦୋଳନର ମାହୋଲ ସୃଷ୍ଟି ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଶିକ୍ଷକ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।
