ଘଟଣାର ୨୮ ଘଣ୍ଟା ପରେ ବି, ମହାନଦୀରେ ନିଖୋଜ ଯୁବକର ସନ୍ଧାନ ମିଳିନି

ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମ ନିକଟସ୍ଥ ମହାନଦୀ ସେତୁ ଉପରୁ ଡେଇଁ ପଡି ଜଣେ ଯୁବକ ମହାନଦୀରେ ଶୁକ୍ରବାର ଅପରାହ୍ନରୁ ମହାନଦୀରେ ନିଖୋଜ ହୋଇଥିବା ଜଣାପଡିଛି।ଅଗ୍ନିଶମ ବାହିନୀର ପ୍ରଚେଷ୍ଟା ସତ୍ତ୍ବେ ମଧ୍ଯ ଘଟଣାର ୨୪ ଘଣ୍ଟା ପରେ ବି ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳି ନ ପାରିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି। ତେବେ ନିଖୋଜ ଯୁବକଙ୍କ ନାମ ସରୋଜ ନାଏକ (୨୬) ଓ ତାର ଘର ଦଶପଲ୍ଲା ବ୍ଲକ ଅଧୀନ ଢିପିସାହି ଗ୍ରାମରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।ଘଟଣା ପର ଠାରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦିର୍ଘ  ସମୟ ଧରି ଖୋଜାଖୋଜି କରିବା ସହ ଶନିବାର ଦିନ ତମାମ ମହାନଦୀର ବିଭିନ୍ନ ସ୍ଥାନରେ ପଇଁତରା ମାରିଥିଲେ  ହେଁ ନିଖୋଜ ଯୁବକଙ୍କ ସଂର୍ପକରେ ସେଭଳି କୌଣସି ସନ୍ଧାନ ମିଳି ନଥିବା ଖଣ୍ଡପଡ଼ା ଅଗ୍ନିଶମ ବିଭାଗ ଓ ପୁଲିସ ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣାକୁ ନେଇ ନିଖୋଜ ଯୁବକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଆଶା, ଆଶଙ୍କାରେ ଦିନ କାଟୁଥିବା ଜଣାପଡିଛି।

ଅଧିକ ପଢନ୍ତୁ