ଚାରି ଛୁଆଙ୍କୁ ଧରି ମୁକ୍ତ ଭାବରେ ବୁଲୁଛି ବାଘୁଣୀ ଜିନ୍ନତ,ଟ୍ରାପ କ୍ୟାମେରାରେ କଏଦ ହେଲା ବାଘୁଣୀ ‘ଜିନ୍ନତ’ ଓ ଶାବକଙ୍କ

ଶିମିଳିପାଳରୁ ଆସିଲା ଖୁସିର ଖବର । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପୁଣି ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ଜିନ୍ନତ ନିଜ ଶାବକମାନଙ୍କ ସହିତ ଶିମିଳିପାଳର ଜଙ୍ଗଲରେ ନିର୍ଭୟରେ ମୁକ୍ତ ଭାବରେ ବୁଲୁଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ଫଟୋ ଓ ଭିଡିଓରେ ଜିନ୍ନତ ନିଜ ଶାବକମାନଙ୍କ ସହ ଜଙ୍ଗଲର ମୁକ୍ତ ପରିବେଶକୁ ଉପଭୋଗ କରୁଥିବା ସ୍ପଷ୍ଟ ହୋଇଛି। ​​ଶାବକଙ୍କ ବୟସ ପ୍ରାୟ ଦୁଇ ମାସ ହେବ ବୋଲି ଅନୁମାନ କରାଯାଉଛି। ସମସ୍ତ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଥିବା ସୂଚନା। ବନ ବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ସ୍ୱତନ୍ତ୍ର ନଜର ରଖାଯାଇଛି।​ ଏହି ଖବର ସାମ୍ନାକୁ ଆସିବା ପରେ ପରିବେଶବିତ୍ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଜିନ୍ନତ ସଫଳତାର ସହିତ ମା’ ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି । ଜିନ୍ନତ ଏବଂ ତାଙ୍କ ୪ଟି ଶାବକଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି । ଗତ ମେ’ ୨୮ ତାରିଖରେ ବାଘୁଣୀ ଜିନ୍ନତ ୪ଟି ଛୁଆ ଧରିକି ଯାଉଥିବାର AI କ୍ୟାମେରାରେ ଟ୍ରାପ ହୋଇଥିଲା ।

ଅଧିକ ପଢନ୍ତୁ