
ନୟାଗଡ଼,(ଓଡ଼ିଶା ଦର୍ପଣ):ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ପିଟିଏସ ରୋଡ଼ସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଏକ ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏବଂ ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ସ୍ୱାମୀ ଚିତଘନାନନ୍ଦ ସରସ୍ୱତୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଅତିଥିମାନେ ଆଜିର ଯାନ୍ତ୍ରିକ ଯୁଗରେ ମାନବ ଜୀବନରେ ଶ୍ରୀମଦ୍ ଭାଗବତ ଗୀତାର ଶିକ୍ଷା ଓ ଆବଶ୍ୟକତା ସମ୍ପର୍କରେମୂଲ୍ୟବାନ୍ ଆଲୋକପାତ କରିଥିଲେ।ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଚିନ୍ମୟ ମିଶନ ନୟାଗଡ଼ ଶାଖାର ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସମ୍ପାଦକ ଘନଶ୍ୟାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଅଧ୍ୟାପିକା ନୀଳିମା ନନ୍ଦ, ଅକ୍ଷୟ କୁମାର ସାହୁ ଏବଂ ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ମିଶନର ସଂଯୋଜିକା ଶ୍ରାବଣୀ ମିଶ୍ର ସଦସ୍ୟ ଅରୁଣ କୁମାର ମହାନ୍ତି,ପ୍ରସନ୍ନ କୁମାର ବସନ୍ତିଆ, ଦୁର୍ଯ୍ୟୋଧନ ସାହୁ,ଅନାଦି ଚରଣ ମହାନ୍ତି ,କୃଷ୍ଣପ୍ରିୟା ଦାଶ,ପ୍ରଦୀପ କୁମାର ସାହୁ,ଲକ୍ଷ୍ମୀଧର ସାହୁ, ସତ୍ୟନାରାୟଣ ସାହୁ, ପଦ୍ମଚରଣ ସାହୁ, ପ୍ରଫୁଲ୍ଲ କୁମାର ନାୟକ,ପ୍ରଦୀପ୍ତ କୁମାର ସାହୁ ଏବଂ ଉଦୟନାଥ ନାୟକ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ।
