ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ପାଖାପାଖି ୩୬ ହଜାର ଏକର ଜମିରୁ ୨୫ରୁ ୨୬% ଜମି ଦଖଲରେ ରହିଛି । ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ ଜମି ସେଟଲମେଣ୍ଟରେ ଦିଆଯିବ । ଏହା ଜରିଆରେ ମହାପ୍ରଭୁଙ୍କ ପାଇଁ ବଡ କର୍ପସ ଫଣ୍ଡ ଗଠନ ହୋଇପାରିବ ।
ଅନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଆସିବ ନୂଆ ଆଧ୍ୟାତ୍ମିକ ଚ୍ୟାନେଲ । ୨୪ ଘଣ୍ଟିଆ ଚ୍ୟାନେଲ ଆସିବ, ଏନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି । ଚ୍ୟାନେଲ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ଲୋକଙ୍କୁ ଅବଗତ କରାଯିବ ।
