ଛତ୍ରପତି ହତ୍ୟା ମାମଲାରେ ଗୁରମିତ୍ ରାମ ରହିମ ନିର୍ଦ୍ଦୋଷରେ ଖଲାସ

ବହୁଚର୍ଚ୍ଚିତ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସିବିଆଇ କୋର୍ଟଙ୍କ ରାୟକୁ ଆଂଶିକ ଭାବରେ ପରିବର୍ତ୍ତନ କରି ଡେରା ମୁଖ୍ୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଅଭିଯୁକ୍ତ କୁଲଦୀପ, ନିର୍ମଳ ଓ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି।୨୦୧୯ ମସିହାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିରସା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ୨୦୦୨ ହତ୍ୟା ମାମଲାରେ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପ୍ରାୟ ୭ ବର୍ଷ ପରେ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ସମାନ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଥିଲେ । ଏହି ମାମଲାରେ ୨୦୧୯ ରାୟ ବିରୋଧରେ ଗୁରମିତ୍ ରାମ ରହିମ୍ ଏକ ଆବେଦନ କରିଥିଲେ, ଯେଉଁଥିରେ କୋର୍ଟ ଆଜି ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଗୁରମିତ୍ ରାମ ରହିମ୍ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷର ଜେଲ୍ ଦଣ୍ଡ ଭୋଗୁଛନ୍ତି । ସେ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି ।

ଅଧିକ ପଢନ୍ତୁ