ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରସଙ୍ଗ: ଲୋକସଭାରେ ଉତ୍ତର ଦେବେ ଶାହ

ସଂସଦର ମୌସୁମୀ ଅଧିବେଶନରେ ଗୃହକାର୍ଯ୍ୟ ଲଗାତାର ପ୍ରଭାବିତ ହେବାରେ ଲାଗିଛି। ଗତ କିଛି ଦିନ ହେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୃହରେ ଛାତ୍ରଙ୍କ ଉପରେ ଲାଠିଚାର୍ଜ ସମ୍ପର୍କିତ ମାମଲା ଉପରେ ବୟାନ ଦେବା ପାଇଁ ଦାବି ହେଉଛି। ଏହି କାରଣରୁ ଲୋକସଭାରେ ଚାଲି ପାରୁନି ଗୃହକାର୍ଯ୍ୟ।ତେବେ କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ ସୋମବାର କହିଛନ୍ତି ଯେ ସଂସଦରେ ଛାତ୍ର ପ୍ରତିବାଦ ଉପରେ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିରୋଧୀଙ୍କ ଦାବିକୁ ଗ୍ରହଣ କରି, ସରକାର ରାଜି ହୋଇଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଉପସ୍ଥିତ ହୋଇ ଦିଲ୍ଲୀରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନର ଉତ୍ତର ଦେବେ ଏବଂ ପରିସ୍ଥିତି ସ୍ପଷ୍ଟ କରିବେ।

ରିଜିଜୁ କହିଛନ୍ତି, ମୋର ବିରୋଧିଙ୍କୁ ଅନୁରୋଧ, ଯେତେବେଳେ ସରକାର ଛାତ୍ର ଆନ୍ଦୋଳନକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ, ସେତେବେଳେ ଆପଣ ଚର୍ଚ୍ଚା ସମୟରେ ହଙ୍ଗାମା କରିବେନି। ସରକାରଙ୍କ ଜବାବ୍ ସମ୍ପୂର୍ଣ୍ଣ ଭାବରେ ଶାନ୍ତିର ସହ ଶୁଣିବେ। ବିରୋଧୀଙ୍କୁ ଏହାର ଭରସା ଦେବାକୁ ପଡିବ, ସେମାନେ ବିତର୍କ ବେଳେ ହଙ୍ଗାମା କିମ୍ବା ପଳାୟନ କରିବେନି।

ଅଧିକ ପଢନ୍ତୁ