‘ଜଗା ତୁ ଯାଦୁଗର’କୁ ମିଳିଲା ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ

ଓଡିଆ ଭଜନକୁ ଜାତୀୟ ସ୍ତରରେ ସମ୍ମାନ । କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡିଆ ଆଧ୍ୟାତ୍ମିକ ଭଜନ ‘ଜଗା ତୁ ଯାଦୁଗର’କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାଣ୍ଡ ଫିନାଲେରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଓଡିଆ ପୁଅ ତଥା ‘ଜଗା ତୁ ଯାଦୁଗର’ର କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ।

ଜାତୀୟ ସ୍ତରରେ ଓଡିଆ ଭଜନକୁ ସ୍ୱୀକୃତି ମିଳିବା ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଥିବା ବେଳେ ଏହା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଏକ ଭଲ ଖବର ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ତିଆରି ହୋଇଥିବା ଏହି ଭାବଭକ୍ତି ଭରା ଭଜନକୁ ସଙ୍ଗୀତ ଲେଖକ ରାମକୃଷ୍ଣ ବାରିକ ଲେଖିଥିବା ବେଳେ ଏହାର କଣ୍ଠଦାନ ନିଜେ ଅଭିଜିତ୍ ମିଶ୍ର କରିଥିଲେ । ‘ଜଗା ତୁ ଯାଦୁଗର’ ଗୀତ କିଛି ଦିନ ତଳେ ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ ପାଇଁ ଚୟନ ହୋଇଥିଲା । ଶୁକ୍ରବାର ରାତିରେ ମୁମ୍ବାଇ ଠାରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏ ସମ୍ମାନ ସବୁ ମହାପ୍ରଭୁଙ୍କର ବୋଲି ଗୀତର ଲେଖକ ରାମକୃଷ୍ଣ ଏବଂ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital