ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡର ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

 

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, “ସୋହମ” ଅନୁଷ୍ଠାନ ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ପ୍ରାରମ୍ଭରେ ସୋହମ ସଭାପତି  ଡ଼ଃ କବିତା ମିଶ୍ର, ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ  ପରିଚୟ  ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ  ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ, ସଚିବ,  ବିଶେଷ କୁମାର ସାହୁ ୨୦୨୪ ମସିହାର ମହିଳା ସମ୍ମାନର ତତ୍ଵ , ମହିଳାଙ୍କ ଉପରେ ଦୃଢ ଆସ୍ଥା , ତ୍ଵରାନୀତ ପ୍ରଗତି ( INVEST IN WOMEN; ACCELERATE PROGREES )  ବାଖ୍ୟା କରିଥିଲେ ।  ମହିଳାଙ୍କ ସୁରକ୍ଷା ଏବଂ ପ୍ରଗତୀ ପାଇଁ ଉଦ୍ଧିଷ୍ଟ  ବିଭିନ୍ନ ଆଇନଗତ ଦିଗକୁ ଉଦାହରଣ ମାଧ୍ୟମରେ ସୂଚାଇଥିଲେ  । ଉପସ୍ଥିତ ଶତାଧିକ ମହିଳାଙ୍କ ମଧ୍ୟରୁ ଅନେକ ସେମାନଙ୍କର ସୁବିଧା ଅସୁବିଧାର ଦୃଷ୍ଟି ଆକର୍ଷଣ କରିଥିଲେ । ବରିଷ୍ଠ ଓକିଲ  ରମେଶ ଚନ୍ଦ୍ର ମହାରଣା, ବଳଭଦ୍ର ମହାନ୍ତି, ମନୋଜ କୁମାର ନାୟକ ଏବଂ ପ୍ରାଧିକାରଣର ସଦସ୍ୟ ମହମ୍ମଦ ଓମର ମାଲ୍ଲିକ ନିଜନିଜର ବକ୍ତବ୍ୟ ରଖିଥିଲେ । ଛାତ୍ରୀ ବିଦ୍ୟା ବିଜିତା ମହାନ୍ତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ  ଗଦାଧର ବିଶ୍ୱାଳ, ଗଗନ ବିହାରୀ ନାୟକ, ଗ୍ରାମୀଣ ଆଇନ ସହାୟତା କର୍ମୀ  ପ୍ରମୋଦ କୁମାର ମହାନ୍ତି, ସୋହମ କର୍ମଚାରୀ ଅନଦୀ ଚରଣ ମହାନ୍ତି, ରବୀନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ରଥ, ରସ୍ମିତା ମିଶ୍ର କାର୍ଯକ୍ରମ ପରିଚାଳନାରେ ସହାୟତା କରିଥିଲେ । ସୋହମ, ସମ୍ପାଦକ କାମାକ୍ଷା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । 

ଅଧିକ ପଢନ୍ତୁ