
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ଓକିଲ, କୋର୍ଟ କର୍ମଚାରୀ, ଅଧିକାର ମିତ୍ର, ଆଇନ ସେବା ପ୍ରାଧିକରଣ କର୍ମଚାରୀ, ଇନର ହୁଇଲ ସଭ୍ୟା ମାନଙ୍କୁ ନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ପ୍ରାରମ୍ଭରେ, ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହାକୁ ଆନୁଷ୍ଠାନିକ ଭାବେ ଅତିରିକ୍ତ ଜିଲ୍ଲା ଜଜ (ପ କ ସୋ )ମାନସ କୁମାର ପଣ୍ଡା ଡ଼ ଵି. ଆର. ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଉଦଘାଟନ କରିଥିଲେ l ନିଜ ବକ୍ତବ୍ୟରେ କହି ଥିଲେ, ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର, ଏହାର ସମ୍ବିଧାନ ପ୍ରଣେତା ଥିଲେ ଵି. ଆର. ଆମ୍ବେଦକର l ଆମ୍ଭ ସମ୍ବିଧାନ ଏକ ସାର୍ଵଭୋମ୍ୟ, ସମାଜବାଦୀ, ଧର୍ମ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆମକୁ ସ୍ୱୀକୃତି ଦେଇଛି l ୧୯୪୯ ମସିହା ୨୬ ନଭେମ୍ବରରେ ଏହା ଗୃହୀତ ହେବା ସହ ୧୯୫୦ ଜାନୁୟାରୀ ୨୬ଠାରୁ କାର୍ଯ୍ୟକାରୀ ହେଉଛି ଲ ଆମ୍ଭେ କାହିଁକି ସମ୍ବିଧାନ ଦିବସ ପାଳନ କରୁଛେ, ଏହାର ଲକ୍ଷ୍ୟ ଏବଂ ଉଦେଶ୍ୟ ସମ୍ବଦ୍ଧରେ ସମ୍ୟକ ଧାରଣl ଦେଇ ଥିଲେ l ସମ୍ବିଧାନ କାହାକୁ କହନ୍ତି? ସମ୍ବିଧାନରେ ଭାରତୀୟ ନାଗରିକ ଙ୍କର ଅଧିକାର ଏବଂ କର୍ତବ୍ୟ ସମ୍ବନ୍ଧରେ ବ୍ୟାଖ୍ୟା କରାଯାଇଛି ଲ ଆମ୍ଭ ସମ୍ବିଧାନରେ ୪୪୮ ଟି ଆର୍ଟିକିଲ ୨୫ ବିଭାଗ ଏବଂ ୧୨ଟି ସିଡୁଲ ଅଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ପତି ସୃତିସ୍ନିଗ୍ଧା ଦାସ, ସିନିଅର ସିଭିଲ ଜଜ ସତ୍ୟବ୍ରତ ରଣା, ରେଜିଷ୍ଟର ତଥା ଜେ. ଜେ. ଵି, ଅଧକ୍ଷା ସୋନାଲି ସରିତା, ଏସ. ଡ଼ି. ଜେ.ଏ ମ, ସମାପିକl ସମଦର୍ଶିନୀ, ଏ. ଡ଼ି. ଏମ, ରୋଜିନା ଦାସ, ଅଧକ୍ଷ ଆରକ୍ଷୀ ପ୍ରଶିକ୍ଷକ, ଭବେଶ ନାୟକ, ଏସ. ଡ଼ି. ପି. ଓ, ଜ୍ୟୋତି ରଞ୍ଜନ ସାମନ୍ତରାୟ, ସରକାରୀ ଅଧିବକ୍ତl, ଦଣ୍ଡପାଣି ସ୍ୱାଇଁ, କୋର୍ଟ କର୍ମଚାରୀ ଦୁଷ୍ମନ୍ତ ନାୟକ, ପ୍ରାଧିକରଣ କର୍ମଚାରୀ, ପବନ କୁମାର ବେହେରା ଏବଂ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ଅଧିକାର ମିତ୍ର ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଅଧିକାର ମିତ୍ର ଏବଂ ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନେ ସହଯୋଗ କରିଥିଲେ। By:Laxmidhar Sahoo
