ଜୁଲାଇ ୯ରୁ ୧୫ ରାଜ୍ୟବ୍ୟାପୀ ବିଜେଡିର ଶିକ୍ଷା ବଞ୍ଚାଓ ଅଭିଯାନ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ରହିଛି । ଯାହାର ସୁଧାର କରିବା ପରିବର୍ତ୍ତେ ଡବଲ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ପ୍ରାକ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରାକ ଶିକ୍ଷାର ସମୟ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଲାଣି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରଦାନ କରିବା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବାରମ୍ୱାର ଆନ୍ଦୋଳନ ପରେ ବି ପଦକ୍ଷେପ ଶୂନ୍ ରହିଛି । ଏହା ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସ୍ଥିର କରିଛି । ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ବଞ୍ଚାଓ ଅଭିଯାନକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥିର ହୋଇଛି ।ଏହାସହିତ ସମସ୍ତଙ୍କ ଇସ୍ତଫା ଦାବି କରିଛି ଦଳ । ସରକାରୀ ସିଷ୍ଟମ ବିପର୍ଯ୍ୟସ୍ତ ହୋଇଛି । ମନ୍ତ୍ରୀ ଓ ସଚିବ କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ପୁସ୍ତକରେ ସାଙ୍ଘାତିକ ତ୍ରୁଟି ହୋଇଥିବା ବେଳେ ଅଭିଭାବକ ମାନଙ୍କୁ ରାଜ୍ୟ ସରକାର ଭୁଆଁ ବୁଲାଉଛନ୍ତି । ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ପିଲାଙ୍କ ପାଖରେ ପୁସ୍ତକ ନାହିଁ ।

ଅଧିକ ପଢନ୍ତୁ