ଜୁଲାଇ 2ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଏନେଇ ଆଜି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ହେବ । ପ୍ରତ୍ୟକ ଦିନ ପରୀକ୍ଷା ସକାଳ 9 ରୁ ଆରମ୍ଭ ହୋଇ 11.30ରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।ବିଜ୍ଞପ୍ତି ଅନୁସାରେ, ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ 2ରୁ ଆରମ୍ଭ ହୋଇ ଜୁଲାଇ 10 ତାରିଖରେ ସରିବ ।ଜୁଲାଇ 2 ତାରିଖରେ ପ୍ରଥମ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜୁଲାଇ 4 ତାରିଖରେ ଦ୍ୱିତୀୟ ଭାଷା, ଜୁଲାଇ 6ରେ ଗଣିତ , ଜୁଲାଇ 8ରେ ସାଧାରଣ ବିଜ୍ଞାନ ପରୀକ୍ଷା, ଜୁଲାଇ 9ରେ ସାମାଜିକ ବିଜ୍ଞାନ ଏବଂ ଜୁଲାଇ 10ରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ମଧ୍ୟାମରେ ସୂଚନା ଦିଆ ଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବ ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିବେ ସେମାନଙ୍କୁ ଏହି ସୁଯୋଗ ମିଳିବ ।
