ଜୋର୍ଡାନ-ବାହାରିନ-କୁଏତରେ ଇରାନର ଡ୍ରୋନ୍ ଆଟାକ୍

ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ମିସାଇଲ ଏବଂ ବୋମା ବର୍ଷା କରୁଛନ୍ତି । ଆମେରିକା ଲଗାତାର ଚାରି ଦିନ ହେଲା ଇରାନର ଅନେକ ସାମରିକ ଘାଟିକୁ ଟାର୍ଗେଟ୍ କରୁଛି । ଇରାନ ମଧ୍ୟ ଏହାର ପାଲଟା ଜବାବ ଦେବା ଆରମ୍ଭ କଲାଣି ।ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ ଫୋର୍ସ ଅଫ୍ ଇରାନ୍ କହିଛି ଯେ, ସେମାନେ ଜୋର୍ଡାନ, ବହରୀନ ଏବଂ କୁଏତରେ ଥିବା ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଛନ୍ତି । ଅନ୍ୟ ଦିଗରେ ଆମେରିକା ଇରାନ ମଧ୍ୟରେ ପ୍ରବେଶ କରିବାକୁ ପ୍ଲାନ୍ କରୁଛି । ଏଥିପାଇଁ କମ୍ ମାତ୍ରାରେ ଏୟାର ଷ୍ଟ୍ରାଇକ୍ କରୁଛି । କିନ୍ତୁ ୟୁଏସ ଫୋର୍ସ ଇରାନର କେଉଁ ସ୍ଥାନରେ ଓହ୍ଲାଇବ ତାହା ସ୍ପଷ୍ଟ ହୋଇନାହିଁ ।ଯୁଦ୍ଧ ପୂର୍ବରୁ ବିଶ୍ୱର ଏକ-ପଞ୍ଚମାଂଶ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ପରିବହନ ହେଉଥିବା ହର୍ମୁଜ୍‌ ଜଳପଥ ଏବେ ବିବାଦର କେନ୍ଦ୍ରବିନ୍ଦୁ ସାଜିଛି। ଯୁଦ୍ଧ ସମୟରେ ଇରାନ ଜାହାଜଗୁଡ଼ିକୁ ଆକ୍ରମଣ କରି ଓ ଧମକ ଦେଇ ଏହି ଜଳପଥକୁ ବନ୍ଦ କରିଦେଇଥିଲା। ଫଳରେ ବିଶ୍ୱ ବଜାରରେ ତୈଳ ସମେତ ସାର ଓ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। ହର୍ମୁଜ୍‌କୁ ବନ୍ଦ କରିବା ଇରାନ ପାଇଁ ସବୁଠୁ ବଡ଼ ରଣନୀତିକ ଫାଇଦା ପ୍ରମାଣିତ ହୋଇଥିଲା। କାରଣ ଦର ନିୟନ୍ତ୍ରଣ ପାଇଁ ବିଶ୍ୱ ନେତାମାନେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଉପରେ ଚାପ ପକାଇଥିଲେ। ଗତ ମାସରେ ସ୍ବାକ୍ଷର ହୋଇଥିବା ଅନ୍ତରୀଣ ଚୁକ୍ତିନାମା ବଳରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ହର୍ମୁଜ୍‌ ଜାହାଜ ଚଳାଚଳ ପାଇଁ ମୁକ୍ତ ରହିବ ବୋଲି କୁହାଯାଉଥିଲା। ତେବେ ଇରାନ ହର୍ମୁଜ୍‌ ଉପରେ ନିଜର ନିୟନ୍ତ୍ରଣ ଜାହିର କରିବା ଓ ସେହି ଜଳପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିବା ଫଳରେ ସ୍ଥିତି ପୁଣି ଜଟିଳ ରୂପ ନେଇଛି। ଆମେରିକା ଏବେ ବଳ ପ୍ରୟୋଗ କରି ହର୍ମୁଜ୍‌ ଖୋଲିବାକୁ ଧମକ ଦେଇଛି। ତେବେ ଏଥିପାଇଁ ବହୁତ ବଡ଼ ନୌସେନା ବାହିନୀ କିମ୍ବା ଇରାନ ମାଟିରେ ଅନେକ ହଜାର ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଟ୍ରମ୍ପ୍‌ ପୂର୍ବଭଳି ପୁଣିଥରେ ପଛଘୁଞ୍ଚା ଦେଇପାରନ୍ତି ବୋଲି କୁହାଯାଉଛି।

ଅଧିକ ପଢନ୍ତୁ