‘ଝନକ’ ଫେମ୍‌ ଡଲି ସୋହିଙ୍କର କ୍ୟାନ୍‌ସରରେ ପରଲୋକ ଘଟିଛି।

ଟେଲିଭିଜନ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟେଲିଭିଜନ ଅଭିନେତ୍ରୀ ଡୋଲି ସୋହିଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିବାର ଖବର ଆସିଛି।ଡଲି ୨୦୨୩ ଗର୍ଭାଶୟ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଥିଲେ। ଜାନୁଆରୀରେ ଡଲି ସୋହି ପ୍ରକାଶ କରିଥିଲେ ଯେ ଗର୍ଭାଶୟ କ୍ୟାନ୍‌ସର ହେତୁ ତାଙ୍କୁ ସିରିଏଲ ‘ଝନକ’ର ସୁଟିଂରୁ ବିରତି ନେବାକୁ ପଡିଥିଲା। ଡଲି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସିରିଏଲର ଏକ ଅଂଶ ହୋଇଆସୁଛନ୍ତି।

ସେ ‘ଭାବି’, ‘କଳଶ’, ‘ମେରୀ ଆଶିକି ତୁମ ସେ ହାଏ’, ‘ଖୁବ୍‌ ଲଡି ମର୍ଦ୍ଦାନି’ ଏବଂ ‘ଝାନସୀ କି ରାନୀ’ ଭଳି ଶୋ’ରେ ଅଭିନୟ କରି ଲୋକଙ୍କ ମଧ୍ୟରେ ସ୍ବୀକୃତି ଲାଭ କରିଥିଲେ।ଡୋଲିଙ୍କୁ କିଛିଦିନ ତଳେ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ଧୀ‌ରେଧୀରେ ତାଙ୍କର ଉନ୍ନତୀ ଆସୁଥିଲା। କି‌ମୋଥେରାପି ଆରମ୍ଭ ହେବା ପରଠାରୁ ସେ ଆଉ ସୁଟିଂ କରି ପାରିଲେ ନାହି। ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଖବର ମିଳିଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ଆସିଥିଲା।

ଅଧିକ ପଢନ୍ତୁ

Odisha Darpan Digital