ଟ୍ରମ୍ପଙ୍କ ଟାରିଫ୍‌ ବୋମା: ଭାରତ ଉପରେ ୧୦ ପ୍ରତିଶତ ଟିକସ ଲଗାଇଲେ ଟାରିଫ୍‌

ମଧ୍ୟ ପୂର୍ବର ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ପୁଣି ଥରେ ଭାରତ ଉପରେ ଟାରିଫ୍ ବୋମା ପକାଇଲା ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୧୭ଟି ଦେଶ ଉପରେ ଅତିରିକ୍ତ ଟିକସ ଲଗାଇ ଏକ ବଡ଼ ଝଟକା ଦେଇଛନ୍ତି। ଆମେରିକା ଏବେ ଏହି ୧୭ଟି ଦେଶରୁ ଆସୁଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟିକସ ଲଗାଇବ, ଯାହା ୨୪ ଜୁଲାଇ ମଧ୍ୟାହ୍ନ ୧୨ଟାରୁ ଲାଗୁ ହେବାକୁ ଯାଉଛି । ଆମେରିକା ପ୍ରାୟ ୬୦ଟି ଦେଶ ଉପରେ ଶୁଳ୍କ ଲଗାଇଛି, କିନ୍ତୁ ଭାରତ ସମେତ ୧୭ଟି ଦେଶକୁ ୧୦ ପ୍ରତିଶତ ଟିକସ ବର୍ଗରେ ରଖାଯାଇଛି ।USTR ଅନୁଯାୟୀ, ସେହି ଦେଶମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଯେଉଁମାନେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ଉତ୍ପାଦ ଆମଦାନୀ ଉପରେ କଡା ପଦକ୍ଷେପ ନେଇ ନାହାଁନ୍ତି। ଭାରତ ସହିତ ଆମେରିକା ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆର୍ଜେଣ୍ଟିନା, କାମ୍ବୋଡିଆ, କାନାଡା, ଇକ୍ୟୁଏଡର, ଏଲ ସାଲଭାଡୋର, ଗୁଆଟେମାଲା, ହୋଣ୍ଡୁରାସ, ଇଣ୍ଡୋନେସିଆ, ଜୋର୍ଡାନ, ମାଲେସିଆ, ମେକ୍ସିକୋ, ତ୍ରିନିଦାଦ ଏବଂ ଟୋବାଗୋ ଏବଂ ବ୍ରିଟେନ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଅନ୍ୟାନ୍ୟ ଦେଶ ଉପରେ ୧୨.୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି।

ଅଧିକ ପଢନ୍ତୁ