ଟ୍ରମ୍ପଙ୍କ ଧମକ ପରେ ଆଲୋଚନାରୁ ପଛକୁ ହଟିଲା ତେହେରାନ

ୱାଶିଙ୍ଗଟନ୍‌ର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ସ୍ଥିତିରେ ନିରନ୍ତର ପରିବର୍ତ୍ତନ, ବାରମ୍ବାର ବିରୋଧାଭାସ ଏବଂ ଇରାନୀୟ ବନ୍ଦରଗୁଡ଼ିକର ଯୁକ୍ତରାଷ୍ଟ୍ର ନୌସେନା ଅବରୋଧ ଯୋଗୁ ତେହେରାନ୍ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ | ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ସାମିଲ ହେବନି ଇରାନ । ପାକିସ୍ତାନ ଇସଲାମାବାଦରେ ଯୁକ୍ତରାଷ୍ଟ୍ର ସହ ଦ୍ୱିତୀୟ ଆଲୋଚନାରେ ଇରାନ୍ ଅଂଶଗ୍ରହଣ କରିବ ନାହିଁ ବୋଲି ଇରାନ ଷ୍ଟେଟ ମିଡ଼ିଆ ରିପୋର୍ଟ କରିଛି ।ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇରାନ୍‌ର ପ୍ରଥମ ଉପ-ରାଷ୍ଟ୍ରପତି ଯୁକ୍ତରାଷ୍ଟ୍ରର ଆଲୋଚନା ଢଙ୍ଗକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମେରିକା ପିଲାଙ୍କ ପରି ଅସ୍ଥିର ବ୍ୟବହାର କରୁଛି ।

ଚାପ ପକାଇ ଯୁଦ୍ଧବିରାମ ଏବଂ ଆଲୋଚନା ଚାହୁଁଛନ୍ତି ଏବଂ ଏହା ପରେ ଆହୁରି ଅଧିକ କଠୋର ମନୋଭାବ ଗ୍ରହଣ କରୁଛନ୍ତି । ତେବେ ହ୍ୱାଇଟ୍ ହାଉସ୍ କହିଛି, ଆଲୋଚନା ପାଇଁ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଇସଲାମାବାଦ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ପାକିସ୍ତାନ ଆଲୋଚନା ପାଇଁ ନିଜ ରାଜଧାନୀରେ ସୁରକ୍ଷା ଆହୁରି କଡ଼ାକଡ଼ି କରିଛି । ଯାହା ଏବେ ପ୍ରାୟ ବିଫଳ ହେବା ପରି ଦେଖାଯାଉଛି ।

ଅଧିକ ପଢନ୍ତୁ