ଟ୍ୱିନ୍ ସିଟିରେ ଶୀତର ଲହରୀ ,ରାଜ୍ୟରେ ଅନୁଭୂତ ହେଲା ହାଲୁକା ଶୀତ

ଟ୍ୱିନ୍ ସିଟିରେ ବଢ଼ିଲା ଶୀତର ପ୍ରକୋପ ! ୨୦ ଡିଗ୍ରୀ ତଳକୁ ଖସିଲା ପାରଦ । କମିଲା ତାପମାତ୍ରା, ବଢ଼ିଲା ଥଣ୍ଡା। ସକାଳ ଓ ରାତିରେ ଅନୁଭୂତ ହେଉଛି ଶୀତର ପ୍ରଭାବ। ନଭେମ୍ବର ଆରମ୍ଭରୁ ଟ୍ୱିନ୍ ସିଟିରେ ଶୀତର ଆଗମନୀ ସଙ୍କେତ ମିଳିଛି ।।ଗତକାଲି ରାଜଧାନୀ ଭୁବନେଶ୍ୱର ରେ ୨୫°C ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଶୀତର ସ୍ତର ବଢିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ । ଏପରି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାପରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପାଣିପାଗ ତଥ୍ୟ ଅନୁଯାୟୀ, କଟକରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ପାରଦ ୧୮.୯ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ଉଭୟ ସହରରେ ୨୦ ଡିଗ୍ରୀ ତଳକୁ ତାପମାତ୍ରା ଖସିବା ପରେ ଥଣ୍ଡାର ଅନୁଭୂତି ବଢ଼ିଛି । ବିଶେଷକରି ସକାଳୁ ଘରୁ ବାହାରୁଥିବା ଲୋକ ଏବଂ ରାତିରେ ଯାତାୟାତ କରୁଥିବା ଲୋକଙ୍କୁ ଥଣ୍ଡା ଅଧିକ ଅନୁଭୂତ ହେଉଛି ।

ଅଧିକ ପଢନ୍ତୁ