ଡିସିପି ମୀନାଙ୍କ ପରେ ଏବେ ଟ୍ରେନିଂ ଅଧାରୁ ଚାକିରି ଛାଡ଼ିଲେ ଯୁବ IPS

ଓଡ଼ିଶା ପୋଲିସ ମହଲରେ ଚାକିରି ଛାଡ଼ିବାର ଧାରା ଏବେ ଆଲୋଡ଼ନ ସୃଷ୍ଟି କରିଛି। ରାଜଧାନୀ ଭୁବନେଶ୍ୱରର ଡିସିପି ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର (VRS) ଚର୍ଚ୍ଚା ପରେ ଏବେ ପୁଣି ଜଣେ ଆଇପିଏସ୍ ଅଫିସର ଖାକି ବର୍ଦ୍ଦି ଖୋଲିଦେଇଛନ୍ତି।ଏହି ଯୁବ ଅଫିସର ଜଣକ ହେଲେ ୨୦୨୫ ବ୍ୟାଚର IPS ସିଏ ରାମଦାସ । ମହାରାଷ୍ଟ୍ରର ବାସିନ୍ଦା ଅଭିଜିତ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ (SVPNPA)ରେ ତାଲିମ ନେଉଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତାଲିମ ସରିବା ପୂର୍ବରୁ ହିଁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମାତ୍ର ୩୩ ବର୍ଷ ବୟସରେ କଠିନ ପରିଶ୍ରମ କରି ଏଭଳି ଏକ ସମ୍ମାନଜନକ ପଦବୀ ହାସଲ କରିବା ଏବଂ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଚାକିରିରୁ ମୁହଁ ଫେରାଇ ନେବା ଘଟଣା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କର ଏହି ହଠାତ୍ ନିଷ୍ପତ୍ତି ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ।

ଗୋଟିଏ ପଟେ ବରିଷ୍ଠ ଆଇପିଏସ୍ ତଥା ରାଜଧାନୀର ଡିସିପି ଜଗମୋହନ ମୀନା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଭିଆରଏସ୍ ନେଇଥିବା ବେଳେ, ଏବେ ଜଣେ ଓଡ଼ିଶା କ୍ୟାଡରର ଟ୍ରେନିଂପ୍ରାପ୍ତ ନୂଆ ଅଫିସରଙ୍କ ଇସ୍ତଫା ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଅଧିକ ପଢନ୍ତୁ