କରିନା କପୁର ଖାନ ବର୍ତ୍ତମାନ ତାଙ୍କ ସ୍ବାମୀ ଶୈଫ ଅଲି ଖାନ ଏବଂ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନଙ୍କ ସହ ତାଞ୍ଜାନିଆରେ ଛୁଟି କାଟୁଛନ୍ତି। ପରିବାର କିଛି ଦିନ ପୂର୍ବରୁ ମୁମ୍ବାଇ ଛାଡିଥିଲେ ଏବଂ ଗତକାଲିଠାରୁ ଏହି ଅଭିନେତ୍ରୀ ସେମାନଙ୍କ ଛୁଟିଦିନର ଝଲକ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।କରୀନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି।
ସେ ସାର୍ଟ ଏବଂ ଜିନ୍ସରେ ବହୁତ ସୁନ୍ଦର ଦେଖାଯାଉଥିବାବେଳେ ଗୋଟିଏ କାନ୍ଧରେ ଏକ ବଡ ବ୍ୟାଗ ଅଛି । ଲାଗୁଛି ଯେମିତି ସେ ତାଞ୍ଜାନିଆର ଦୃଶ୍ୟକୁ ଦେଖୁଛନ୍ତି । ଏହି ଫଟୋ ସେୟାର କରିବା ସମୟରେ ଅଭିନେତ୍ରୀ ଲେଖିଥିଲେ, ‘୨୯ ମାର୍ଚ୍ଚକୁ ଅପେକ୍ଷା … # କ୍ରୁ’ ପରି ।ସୂଚନାଯୋଗ୍ୟ, କରିନା ତାଙ୍କ ଆଗାମୀ ମୁଭି ‘କ୍ରୁ’ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି, ଯାହା ୨୯ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି।