ତିରୁମାଲାରେ ପବନ କଲ୍ୟାଣଙ୍କ ପତ୍ନୀ, ଲଣ୍ଡା ହୋଇ ପାଳନ କଲେ ରୀତି

ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ କେଶ ଲଣ୍ଡା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତାଙ୍କ ପୁଅର ସୁରକ୍ଷାର ଖୁସିରେ ଏହି ନିଷ୍ପତ୍ତି ନେଇଛନ୍ତି।କଲ୍ୟାଣ ଦମ୍ପତିଙ୍କ ପୁଅ ମାର୍କ ଶଙ୍କର ସମ୍ପ୍ରତି ସିଙ୍ଗାପୁରରେ ଏକ ଗ୍ରୀଷ୍ମ ଶିବିରରେ ଯୋଗଦେବା ସମୟରେ ଏକ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।

ଏପ୍ରିଲ 8 ତାରିଖରେ ଘଟିଥିବା ଦୁର୍ଘଟଣାରେ ତାଙ୍କ ହାତ ଏବଂ ଗୋଡ଼ ପୋଡ଼ି ଯାଇଥିଲା ଏବଂ ଧୂଆଁ ଅଣନିଶ୍ୱାସୀ ହୋଇଯାଇଥିଲେ।“ପରମ୍ପରା ପାଳନ କରି, ଆନ୍ନା ପଦ୍ମାବତୀ କଲ୍ୟାଣ କଟ୍ଟାରେ ତାଙ୍କ କେଶ ଅର୍ପଣ କରିଥିଲେ ଏବଂ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ,” ଜନସେନା ଦଳର ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।ପ୍ରସଙ୍ଗତଃ, ଆନ୍ନା କୋନିଡେଲା ମାନସିକ କରିଥିଲେ ଯେ ଯଦି ତାଙ୍କ ପୁଅ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ବଞ୍ଚିଯାଏ ତେବେ ସେ ଦେବତାଙ୍କୁ ତାଙ୍କ କେଶ ଅର୍ପଣ କରିବେ, ଏହା ଆହୁରି ଉଲ୍ଲେଖ କରିଛି।

ଅଧିକ ପଢନ୍ତୁ

Odisha Darpan Digital