ଦର୍ଶକଙ୍କୁ ଟିଭି ଦେଖିବା ହେବ ମହଙ୍ଗା  । ଜାଣନ୍ତୁ କାହିଁକି ?

ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି।ଆଉ ନୂଆ ଟାରିଫ ନିୟମ ୨୦୨୪ ଫେବ୍ରୁଆରୀ ୧ରୁ ଲାଗୁ ହେବ।ଭାୟକମ୍ ୧୮ ଏବଂ ନେଟୱାର୍କ ୧୮ ର ଡିଷ୍ଟ୍ରିବ୍ୟୁସନ ବିଭାଗ ଏହାର ଚ୍ୟାନେଲଗୁଡିକର ଦରକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଯେତେବେଳେ କି ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ମୂଲ୍ୟ ୯ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛି। ସୋନି ଚ୍ୟାନେଲ ମୂଲ୍ୟକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି। ଯେତେବେଳେ କି ଡ଼ିଜିନି ଷ୍ଟାର ବୃଦ୍ଧି ବିଷୟରେ ସୂଚନା ଦେଇନାହିଁ।ନଭେମ୍ବର ୨୦୨୨ରେ NTO 3.0 ଲାଗୁ କରିଥିଲା TRAI ।

ଅଧିକ ପଢନ୍ତୁ