ରାଜ୍ୟରେ ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଠୋର କଟକଣା ଜାରି । ଅନୈତିକ ପ୍ରଚାର, ମିଛ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ଦାନ୍ତ ଡାକ୍ତରଙ୍କ ବିରୋଧରେ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାସନାଲ ଡେଣ୍ଟାଲ କମିଶନ ଏନେଇ ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିଛନ୍ତି ।ଏନ୍ଡିସି କହିଛି, ଦାନ୍ତ ଡାକ୍ତରମାନେ ବିଭିନ୍ନ ସମୟରେ ଚିକିତ୍ସା ନେଇ ମିଛ ବିଜ୍ଞାପନ ଦେଉଛନ୍ତି । ନିଜର ପ୍ରଶଂସାମୂଳକ ପ୍ରଚାର କରୁଛନ୍ତି । ଏଣିକି ପ୍ରଯୁଜ୍ୟ ବୈଧାନିକ ପ୍ରାବଧାନ ଓ ସଂଶୋଧିତ ଡେଣ୍ଟିଷ୍ଟ କୋଡ୍ ଅଫ୍ ଏଥିକ୍ସ ରେଗୁଲେସନ୍ସ ୨୦୧୪ ଅନୁସାରେ ସମସ୍ତ ପଞ୍ଜିକୃତ ଦନ୍ତ ଚିକିତ୍ସକଙ୍କୁ ବିଜ୍ଞାପନ, ରୋଗୀ ଆକର୍ଷିତ କରିବା, ଗୋପନୀୟତା, ପ୍ରଚାର ସମ୍ବନ୍ଧୀୟ ବ୍ୟବସାୟିକ ନୈତିକତା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ । ରୋଗୀଙ୍କ ସମ୍ମାନ, ଗୋପନୀୟତା ଓ ପେଷାର ଗରିମା ବଜାୟ ରଖିବାକୁ ଏନ୍ଡିସି ପରାମର୍ଶ ଦେଇଛି ।
