ଦିଲ୍ଲୀର ରେଷ୍ଟୁରାଣ୍ଟଟରେ ଅଗ୍ନିକାଣ୍ଡ ଘଟଣା ମନରୁ ଲିଭି ନଥିବା ବେଳେ ବିହାର ପାଟନାରେ ଥିବା ଏକ ହସ୍ପିଟଟାଲରେ ନିଆଁ ଲାଗିଯାଇଥିଲା । ଉଭୟ ଘଟଣାରେ ୨୫ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏବେ ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟିଛି ।ନୋଏଡା ସେକ୍ଟର ୭୫ରେ IVY କାଉଣ୍ଟି ସୋସାଇଟିରେ ଥିବା ୧୨ ମହଲାର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ସେକ୍ଟର ୧୧୩ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଫ୍ଲାଟ୍ ଭିତରେ କେତେ ଲୋକ ଥିଲେ ଏବଂ ସେମାନେ ନିଆଁ ଭିତରୁ ଖସି ପଳାଇଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିନାହିଁ ।ନିଆଁର ପ୍ରକୋପ ଏତେ ଭୟଙ୍କର ଯେ ଫ୍ଲାଟର ଝରକାରୁ କଳା ଧୂଆଁ ବାହାରୁଛି । ପାଖ ଆଖରେ ଥିବା ଅନେକ ଫ୍ଲାଟକୁ ନିଆଁ ବ୍ୟାପିଯାଇଛି । ଯାହାକୁ ନେଇ ଆପାର୍ଟମମେଣ୍ଟରେ ଭୟର ବାତାବରଣ ଖେଳିଯାଇଛି ।
