ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଏକ ରେସ୍ତୋରାଁରେ ହୋଇଥିବା ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାଏଁ ୨୧ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଆହତ ହୋଇଛନ୍ତି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଅନେକ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ମାତ୍ରେ ଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିବା ଆରମ୍ଭ କରିବା ସହ ତଳକୁ ଅନେକ ଡେଇଁ ପଡ଼ି ମଧ୍ୟ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ କିଛି ବିଦେଶୀ ପର୍ଯ୍ୟଟକ ଥିବା କୁହାଯାଉଛି। ଅନେକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।ଏଥିରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ପ୍ରଧାନମନ୍ତ୍ରୀ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ୫୦ ହଜାର ଲେଖାଏ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢନ୍ତୁ