ଦୀପିକା ତାଙ୍କ ହେବାକୁ ଥିବା ପିଲାଙ୍କ ପାଇଁ କଣ କହିଲେ ?

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଏହି ଦମ୍ପତି ବର୍ତ୍ତମାନ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିବାହ କରିଛନ୍ତି। ଯଦିଓ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ଜୀବନରେ ଏକ ଶିଶୁକୁ ସ୍ବାଗତ କରିନାହାଁନ୍ତି, ଦୀପିକା କହିଛନ୍ତି ଯେ ସେ ଦିନେ ରଣବୀରଙ୍କ ସହ ଏକ ସନ୍ତାନକୁ ନିଶ୍ଚିତ ଭାବେ ସ୍ବାଗତ କରିବେ। ଏକ ସାକ୍ଷାତକାରରେ ଦୀପିକା ପାଦୁକୋନ କହିଛନ୍ତି, ରଣଭୀର ଏବଂ ମୁଁ ପିଲାମାନଙ୍କୁ ବହୁତ ଭଲ ପାଉ। ଆମେ ସେହି ଦିନକୁ ଅପେକ୍ଷା କରିଛୁ ଯେତେବେଳେ ଆମେ ଆମର ପରିବାର ଆରମ୍ଭ କରିବୁ।

ଅଭିନେତ୍ରୀ କହିଛନ୍ତି, “ଯେତେବେଳେ ମୁଁ ସେହି ଲୋକମାନଙ୍କୁ ଦେଖା ହୁଏ,…ମୋର ମାଉସୀ, ମାମୁଁ, ପରିବାର ବନ୍ଧୁଙ୍କୁ ଦେଖା କରେ , ସେମାନେ ସର୍ବଦା ଉଲ୍ଲେଖ କରନ୍ତି ଯେ ମୁଁ କିପରି ଟିକିଏ ପରିବର୍ତ୍ତନ ହୋଇନାହିଁ। ଏହା ଆମ ଲାଳନପାଳନ ବିଷୟରେ ବହୁତ କିଛି କହେ।” ଅଭିନେତ୍ରୀ ଆହୁରି କହିଛନ୍ତି, ଏହି ଇଣ୍ଡଷ୍ଟ୍ରିରେ ଖ୍ୟାତି ଏବଂ ଅର୍ଥ ମୋତେ ଅଧିକ ମିଳିଛି । କିନ୍ତୁ ଘରେ କେହି ମୋତେ ସେଲିବ୍ରିଟି ଭଳି ବ୍ୟବହାର କରନ୍ତି ନାହିଁ। ମୁଁ ସର୍ବପ୍ରଥମେ ଏକ ଝିଅ ଏବଂ ଭଉଣୀ ପରେ ସ୍ତ୍ରୀ । ମୁଁ ଏହା ପରିବର୍ତ୍ତନ କରିବାକୁ ଚାହୁଁନାହିଁ। ମୋ ପରିବାର ମୋତେ ଗ୍ରାଉଣ୍ଡେଡ କରି ରଖନ୍ତି ଏବଂ ରଣବୀର ଏବଂ ମୁଁ ଆଶା କରୁ ଯେ ଆମ ଆମ ପିଲାକୁ ମଧ୍ୟ ସେହି ସଂସ୍କାର ଓ ଗୁଣ ଶିଖାଇବୁ।

ଅଧିକ ପଢନ୍ତୁ