ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା, ୬୪ ମୃତ

ସ୍ପେନରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି । ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ଅତି କମରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ ଜଣ ଆହତ ହୋଇଥିବା ଖବର ମିଳିଛି ।ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟା ପରେ ଉର୍ଦା ନିକଟରେ ମାଦ୍ରିଦ୍‌-ସେଭିଲ୍ ରେଳପଥରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ରେନ୍‌ଫେ (Renfe)ର ଏକ ହାଇସ୍ପିଡ୍ ଟ୍ରେନ୍ ଅଟକି ରହିଥିବା ଇରିଓ (Iryo) ଟ୍ରେନ୍‌ର ପଛ ଭାଗକୁ ଧକ୍କା ଦେଇଥିଲା। ଏହା ପରେ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। କେତେକ ବଗି ରେଳପଥ ପାଖରେ ଥିବା ଢାଲୁ ଅଞ୍ଚଳକୁ ଖସିପଡ଼ିଥିବା ଖବର ମିଳିଛି। ଫଳରେ ଅନେକ ଯାତ୍ରୀ ଭଙ୍ଗା ବଗି ଓ ଲୁହା ଅବଶେଷ ମଧ୍ୟରେ ଫସି ରହିଛନ୍ତି।ତେବେ ଦୁର୍ଘଟଣା କିପରି ଘଟିଲା, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏବେ ବଡ଼ ଦୁର୍ଘଟଣା ସ୍ପେନର ହାଇ ସ୍ପିଡ ରେଳ ନେଟୱାର୍କ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ