ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି ସାମୁଦ୍ରିକ ଝଡ଼ ‘ମୁରାସୁ’ । ପୂର୍ବ ତେଲେଙ୍ଗାନା ସଂଲଗ୍ନ ଆନ୍ଧ୍ରପ୍ରଦେଶର ଉପକୂଳ ଉପରେ ଅବପାତଟି ସକ୍ରିୟ ରହିଛି। ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଉତ୍ତର ଆଡକୁ ଗତି କରିବା ସହ ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି । ବିଶେଷ କରି ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଆସନ୍ତକାଲି ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ଵର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ସତର୍କତା ରରିଛି ।ଏନେଇ ମାଲକାନଗିରି ରାୟଗଡା, ଗଜପତି ,ଗଞ୍ଜାମ, କୋରାପୁଟ, ନବରଙ୍ଗପୁର କଳାହାଣ୍ଡି କନ୍ଧମାଳ, ନୟାଗଡ, ବୌଦ୍ଧ ସୋନପୁର, ବଲାଙ୍ଗୀର, ନୂଆପଡା, ସମ୍ବଲପୁର ଦେଓଗଡ, ବରଗଡ, ଝାରସୁଗୁଡା , ସୁନ୍ଦରଗଡ, କଟକ ଖୋର୍ଦ୍ଧା ଓ ପୁରୀ ଏହି ୨୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
