ଏବେ ଗୋଟିଏ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି | ଭାର୍ଗବୀ ନଦୀରେ ଗୋଟିଏ ପଥର ଭାସୁଥିବା ଜଣେ ମହିଳା ଦେଖିଥିଲେ। ମହିଳା ଜଣକ ଭାର୍ଗବୀ ନଦୀର ଗବକୁଣ୍ଡ ନିକଟକୁ ଗାଧୋଇବା ପାଇଁ ଯାଇଥିବା ଗୋଟିଏ ପଥର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏହି କଥା ଉକ୍ତ ମହିଳା ଜଣଙ୍କ ନିଜ ଘରେ ଆସି କହି ଥିଲେ | ଏହାପରେ ସେହି ପଥରକୁ ସେ ନଦୀରୁ ଆଣି ଗ୍ରାମର ହନୁମାନ ମନ୍ଦିରରେ ରଖିଥିଲେ।ଘଟଣାର ସତ୍ୟତା ପରିଖିବା ପାଇଁ ଗ୍ରାମବାସୀ ଗୋଟିଏ ଟପରେ ପାଣି ଭର୍ତ୍ତି କରି ପଥରକୁ ରଖିବାରେ ତାହା ଭାସି ଥିଲା।
ତେବେ ଲୋକମୁଖରେ ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ଜନଗହଳି ଲାଗିଛି। କେତେକ ଭକ୍ତ ପଥରକୁ ଫୁଲ ଧୂପ ଦେଇ ପୂଜା ଅର୍ଚ୍ଚନା କରୁଛନ୍ତି। ଏହି ପଥରକୁ ଭୁବନେଶ୍ୱର ନିଆଯାଇ ବୈଜ୍ଞାନିକମାନେ ପରୀକ୍ଷା କରିବାକୁ ସାଧାରଣରେ ଦାବି ହୋଇଛି।