ନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୟନ୍ତୀ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମୈତ୍ରୀ ଯୁବ ସଂସଦ, ନୟାଗଡ଼ ତରଫରୁ ନୟାଗଡ଼ ମାଟିର ସନ୍ତାନ ତଥା ନୟାଗଡ଼ର ଗର୍ବ ଓ ଗୌରବ ବିଶିଷ୍ଟ ନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ସମାଜସେବୀ ଦାମୋଦର ସାହୁ, ପରମ୍ପରା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ତଥା ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ନାତି ନିର୍ମଳଚନ୍ଦ୍ର ଶୂରଦେଓ, ସମାଜସେବୀ ଅନାଦି ଚରଣ ମହାନ୍ତି, ଅବସରପ୍ରାପ୍ତ ତହସିଲଦାର ସୁବଳ ଚରଣ ବେହେରା, ସାହିତ୍ୟିକ ଗୋପିନାଥ ସେଠୀ, ମୈତ୍ରୀ ଯୁବ ସଂସଦ, ନୟାଗଡ଼ର ସଂପାଦକ ପ୍ରଦୀପ କୁମାର ସାହୁ ଯୋଗଦେଇ ନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ଆଜି ସକାଳ ୭ଟା ସମୟରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଅତିଥି ମାନଙ୍କ ସହିତ ଉପସ୍ଥିତ ଥିଲେ।
ଆଗାମୀ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଏକ ସପ୍ତାହ ବ୍ଯାପୀ ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୀବନୀ ବିଦ୍ଯାଳୟର ପ୍ରାର୍ଥନା କାଳାଂଶ ରେ ପାରାୟଣ ପରି ପାଠ କରାଯିବ ବୋଲି ବିଦ୍ଯାଳୟର ସଂପାଦକ ଶ୍ରୀଯୁକ୍ତ ସାହୁ ଗୁରୁଜୀ ଗୁରୁମା ମାନଙ୍କୁ ନିବେଦନ କରିଥିଲେ। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital