ନିଉଟାଉନ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି  ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନିଉଟାଉନ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଉଭୟ ଜୁନିୟର, ସବ ଜୁନିଅର ଏବଂ ସିନିୟର ବିଭାଗରୁ ମୋଟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ,ତର୍କ ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିଲେ।

ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ଶିକ୍ଷକ ଲକ୍ଷ୍ମୀଧର ସାହୁ,ସସ୍ମିତା ସ୍ୱାଇଁ, ଦେବସ୍ମିତା ଅଧିକାରୀ,କାଦମ୍ବିନୀ କରଣ, ସରିତା ପ୍ରିୟଦର୍ଶିନୀ ସ୍ୱାଇଁ,ମିନାକ୍ଷୀ କର, ରଶ୍ମିତା ମହାପାତ୍ର, କାଦମ୍ବିନୀ ମହାପାତ୍ର, ଗାୟତ୍ରୀ ଚମ୍ପତ୍ତି,ଦେବରାଜ ମହାପାତ୍ର, ପ୍ରଦୀପ୍ତ କୁମାର ସାହୁ, ଟୁନୁ ତ୍ରିପାଠୀ, ସନ୍ତୋଷ କୁମାର ପ୍ରଧାନ, ଅଜୟ ସାହୁ, ବ୍ରଜକିଶୋର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।

ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ବ୍ଲକ ଶିକ୍ଷାଧିରିଣୀ ମୁନରାଣୀ ମହାନ୍ତି ଏବଂ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଯୋଗଦାନ କରି  କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀବାଣୀ ସାହୁ  ଧନ୍ୟବାଦ ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ