ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ନେପାଳରେ ପହଞ୍ଚିଛନ୍ତି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେ ମଙ୍ଗଳବାର ନେପାଳରେ ପୀଡ଼ିତଙ୍କୁ ଭେଟିବା ସହ ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ” ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୋନୁ କହିଛନ୍ତି ଆମେ ବନ୍ୟା ପୀଡିତଙ୍କୁ ଭେଟିବା ପାଇଁ ଏଠାକୁ ଆସିଛୁ। ଆମେ ଭାରତରୁ ଯଥେଷ୍ଟ ପରିମାଣର ସାମଗ୍ରୀ ମଧ୍ୟ ଆଣିଛୁ। ତାଙ୍କ ଫାଉଣ୍ଡେସନ୍ ଟିମ୍ ଭାରତରୁ ବହୁ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ସାଙ୍ଗରେ ଧରି ଆସିଛନ୍ତି। ଭାରତରୁ ନେପାଳକୁ ଏହି ସାମଗ୍ରୀ ପରିବହନ କରିବା ଟିକେ ଚ୍ୟାଲେଞ୍ଜିଂ ଥିଲେ ମଧ୍ୟ, ପୀଡ଼ିତମାନଙ୍କ ଜୀବନକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ।”
ସୋନୁଙ୍କ ଏହି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ବେଶ୍ ପ୍ରଶଂସା କରିଛନ୍ତି। କେହି ତାଙ୍କୁ ‘ପ୍ରକୃତ ହିରୋ’ ବୋଲି କହିଥିବାବେଳେ ଆଉ କେହି ‘ମସୀହ ଅନ୍ ଡ୍ୟୁଟି’ ବୋଲି ପ୍ରଶଂସା କରିଛନ୍ତି।
