ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳ ଜଳପ୍ରଳୟରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା ।ଏବେ ମୃତ୍ୟୁସଂଖ୍ୟା ୫ଶହ ଟପିଥିବା ବେଳେ, ଶହ ଶହ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୪ଶହରୁ ଅଧିକ ଭାରତୀୟ ନାଗରିକ ଓ ଭାରତୀୟ ମୂଳ ରହିଛନ୍ତି । ନେପାଳ-ତିବ୍ବତରେ ବିଶାଳ ସର୍ଚ୍ଚ ଅପରେସନ୍ । ସେନା ହେଲିକପ୍ଟର ପ୍ରଭାବିତ ପାହାଡ଼ିଆ ଅଞ୍ଚଳରେ ଚକ୍କର କାଟୁଛି । ଡ୍ରୋନ୍ ଯୋଗେ ଦୁର୍ଗମ ସ୍ଥାନ ଯାଞ୍ଚ କରାଯାଉଛି । ସେନା ଓ ସୁରକ୍ଷାକର୍ମୀମାନେ ସ୍ନିଫର୍ ଡଗ୍ ସହ କାଦୁଅ ଓ ଧ୍ୱଂସାବଶେଷ ଭିତରେ ତଲାସୀ କରୁଛନ୍ତି । ନେପାଳରେ ହେଲିକପ୍ଟର ଯୋଗେ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ରେସକ୍ୟୁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ନେପାଳରେ ପ୍ରାୟ ୪୦ କିଲୋମିଟର ରାସ୍ତା ସହ ୧୯ଟି ପୋଲ ନଷ୍ଟ ହୋଇଯାଇଛି ।

ଅଧିକ ପଢନ୍ତୁ