CMOରୁ ଦୁଇଟି କମିଶନ ଫାଇଲ ଗାୟବ ଘଟଣାରେ ଥାନାରେ ହାଜର ହେଲେନି ରାଜେଶ ବର୍ମା । ଫାଇଲ ଗାୟବ ମାମଲାରେ କ୍ୟାପିଟାଲ ଥାନା ପୋଲିସ ରାଜେଶ ବର୍ମାଙ୍କୁ ନୋଟିସ କରିଥିଲା। ଆଜି ସକାଳ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ କୁହାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କ୍ୟାପିଟାଲ ଥାନାରେ ହାଜର ହୋଇନାହାନ୍ତି ରାଜେଶ ବର୍ମା। ଫଳରେ ତଦନ୍ତକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଫଳରେ ଆଇଏସ୍ ଅଧିକାରୀଙ୍କ ଅଡ଼ୁଆ ବଢ଼ିପାରେ ବୋଲି କୁହାଯାଉଛି। ରାଜେଶଙ୍କ ବିରୋଧରେ ଜାରି ହେବ କି ୱାରେଣ୍ଟ? ନା ପୁଣି ଥରେ ତାଙ୍କୁ ହାଜର ପାଇଁ ନୋଟିସ ଦେବ ପୁଲିସ। ତାହା ଉପରେ ନଜର ରହିଛି ।
