ନୟାଗଡ଼ ଅଭିମନ୍ୟୁ ହତ୍ୟା ଘଟଣା : ୮ ଜଣଙ୍କୁ ଉଠାଇ ନେଲା ପୁଲିସ

ନୟାଗଡ଼ ଅଭିମନ୍ୟୁ ହତ୍ୟା ଘଟଣାରେ ଆକ୍ସନ ଗ୍ରହଣ କରିଛି ପୋଲିସ l ଗାଁର ୮ ଜଣଙ୍କୁ ଅଟକ ରଖିବା ସହ ଘଟଣାରେ ସମ୍ପୃକ୍ତ ଗ୍ରାମ୍ୟ କମିଟିର ଅନ୍ୟ ସଦସ୍ୟଙ୍କୁ ଖୋଜିବା ଜାରି ରଖିଛି ସଦର ପୋଲିସ lସେପଟେ ଗିରଫ ଭୟରେ ଗାଁ ପୁରୁଷଶୁନ୍ୟ ହୋଇଯାଇଛି l କାଁ ଭାଁ ବୟସ୍କ ମହିଳାଙ୍କୁ ଛାଡିଦେଲେ ଗାଁ ରେ ଆଉ କେହି ଦେଖାଯାଉନାହାନ୍ତି l ଅଧିକାଂଶ ଘରେ ତାଲା ଝୁଲୁଛି l ଅଟକ ୮ ଜଣଙ୍କ ମଧ୍ୟରୁ ପ୍ରକୃତ ଅପରାଧୀ ୨ ଜଣ ରହିଥିବା ବେଳେ ଅନ୍ୟମାନେ ଫେରାର ଥିବା ମୃତକଙ୍କ ବଡ଼ ଭାଇ କହିଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି l ଜମିବାଡ଼ିକୁ କେନ୍ଦ୍ରକରି ଗାଁ କମିଟିର ସଦଶ୍ୟ ହତ୍ୟାକାଣ୍ଡ ଘଟଇଥିବା ଏସପି କହିଥିବାବେଳେ ପୀଡିତ ପରିବାରକୁ ଆଶ୍ୱାସନା ଦେଇଛନ୍ତି l ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ | ସୂଚନାମୁତାବକ ସଦର ଥାନା ଅନ୍ତର୍ଗତ ଡାଲିମ୍ବାମାଡା ଗ୍ରାମର ଅଭିମନ୍ୟୁ ସାହୁ ରବିବାର ସନ୍ଧ୍ୟାରେ ଦୋକାନକୁ ଯାଉଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ପରିବାର ଅନୁଯାୟୀ, ତାଙ୍କୁ ଗ୍ରାମର ଏକ କ୍ଲବକୁ ନିଆଯାଇଥିଲା। ସେଠାରେ ପ୍ରବଳ ଆକ୍ରମଣ କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ତାଙ୍କୁ ଡାହୁକା ନଦୀରେ ଫିଙ୍ଗି ଦିଆଯାଇଥିଲା।ପୋଲିସ ସୋମବାର ନଦୀରୁ ମୃତଦେହ ଉଦ୍ଧାର କରିଛି। ପୀଡିତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଏକ ଜମି ବିବାଦକୁ ନେଇ ଗାଁ ଲୋକେ ପ୍ରାୟ ଚାରି ବର୍ଷ ଧରି ସେମାନଙ୍କୁ ସାମାଜିକ ଭାବରେ ବାସନ୍ଦ କରାଯାଇଥିଲା। ଯାହା ପରେ ତାଙ୍କୁ ଟାର୍ଗେଟ କରାଯାଇଥିଲା।

ଅଧିକ ପଢନ୍ତୁ