ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: କନକ ବର୍ଦ୍ଧନ ସିଂହଦେଓ

ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ୟ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏବେ ପିଏମ ସୂର୍ଯ୍ୟ ଘର ଯୋଜନାକୁ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସମେତ ଅନ୍ୟ ଆବାସ ଯୋଜନା ସହ ସାମିଲ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଏହା ସେମାନଙ୍କ ଇଚ୍ଛାଧୀନ ରହିବ । ଆମର ଲକ୍ଷ୍ୟ ହେଉଛି ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀ ମଧ୍ୟ ସୌର ଶକ୍ତିର ସୁବିଧା ପାଇପାରନ୍ତୁ। ରାଜ୍ୟ ଗୃହ ଯୋଜନା ସହ ପିଏମ୍-ସୂର୍ୟ୍ୟ ଘରକୁ ସଂଯୋଜନ କରି ଆମେ ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇ ଦେବା ସହ ସେମାନଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି। ଏହି ଯୋଜନା ଅଧୀନରେ ସହରାଞ୍ଚଳର ହିତାଧିକାରୀମାନଙ୍କୁ ୧ କିଲୋୱାଟ୍ ରୁଫଟପ୍ ସୋଲାର ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୩୦,୦୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ୨୫,୦୦୦ ଟଙ୍କା ସବସିଡି ପ୍ରଦାନ କରାଯିବ। ଫଳରେ ଏହି ସୁବିଧା ପାଇଁ ହିତାଧିକାରୀଙ୍କୁ ନିଜ ପକେଟରୁ ମାତ୍ର ୧,୮୭୫ ଟଙ୍କା ଦେବାକୁ ପଡ଼ିବ।ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ବିଦ୍ୟୁତ୍ ବିତରଣ କମ୍ପାନୀ (DISCOMs) ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ସୁରକ୍ଷା ନିମନ୍ତେ ଚାରୋଟି ଯାକ ଡିସକମ୍ ଅଧୀନରେ ୩,୭୦୮ କୋଟି ଟଙ୍କା ବ୍ୟୟରେ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବା ଭୂତଳ ତାର ବିଛାଇବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ବ୍ୟତୀତ ତଳକୁ ଝୁଲି ରହିଥିବା ତାରକୁ ହଟାଇବା, ଇନସୁଲେଟେଡ୍ କଣ୍ଡକ୍ଟର ଲଗାଇବା, ସବଷ୍ଟେସନ ଗୁଡ଼ିକର ଚତୁଃପାର୍ଶ୍ୱରେ ଫେନ୍ସିଂ କରିବା ଏବଂ ଉତ୍ତମ ତଦାରଖ ପାଇଁ ଏକ ୟୁଟିଲିଟି ସିଫ୍ଟିଂ ପୋର୍ଟାଲ୍ ବିକଶିତ କରିବା ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢନ୍ତୁ