ଜେଲ୍ରେ ରହି ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ ଫୋନ୍ରେ ସାକ୍ଷୀଙ୍କୁ ଧମକଚମକ ଦେବା ଘଟଣା । ପୁଣି ଗୋସାଇଁନୂଆଗାଁ ଥାନାରେ ହାଜର ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା । ଏହି ଘଟଣାରେ ସେ ଦ୍ୱିତୀୟ ଥର ପାଇଁ ଥାନାରେ ହାଜର ହୋଇ ପୁଲିସର ତଦନ୍ତରେ ସହଯୋଗ କରିଛନ୍ତି । ଉକ୍ତ ଥାନାରେ ୨୮ ତାରଖରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା କରାଯିବ ବୋଲି ଜଣାଯାଇଛି।ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିବା ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ ରେ ବାରମ୍ବାର ଫୋନ କଲ କରି ସାକ୍ଷୀଙ୍କୁ କେତେବେଳେ ଧମକ ତ ପୁଣି କେତେବେଳେ ପ୍ରଲୋଭନ ଦେଖାଇଥିବା ସାକ୍ଷୀଙ୍କ ଦ୍ୱାରା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଆଉ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପ୍ରାୟ ତିନିଘଣ୍ଟାର ଜେରା ପରେ ଡାକ୍ତର ସବୁ ସତ ମାନିଥିଲେ। ତେଣୁ ସାକ୍ଷୀଙ୍କୁ ଧମକ ଦେବାରେ ସହଯୋଗ ଅଭିଯୋଗରେ ରାଜ୍ୟ ସରକାର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଥିଲେ | ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ଏତଲା ରୁଜୁ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ।
