ପୁଣି ଅଡୁଆରେ ପଡିଲେ ଅଭିନେତା ମନୋଜ ମିଶ୍ର । ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା । ଏତଲା ଦେଲା ଓଡ଼ିଆ ସିନେମା ଓ ଟିଭି ନିର୍ଦେଶକ ସଙ୍ଘ ।ଏହି ମାମଲାରେ ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଯେକୌସି ନୂଆ ଫିଲ୍ମ ଆସିଲେ ମନୋଜ ରଖୁଛନ୍ତି ମନ୍ତବ୍ୟ ।ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାଙ୍କୁ କରୁଛନ୍ତି ଆକ୍ଷେପ । ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି ମନୋଜ । ଯାହା ପାଟିକୁ ଆସିଲା ସେଇଆ କହିଦେଉଛନ୍ତି । ସୋସିଆଲ ମିଡିଆରେ ଏଭଳି ଆକ୍ଷେପ ଯୋଗୁଁ କଷ୍ଟ ଲାଗୁଛି ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର ।