ପୁଣି ଚର୍ଚ୍ଚାରେ ରାଜା ଚକ୍ର। ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି। କ୍ରସର କିଣାବିକା ମାମଲାରେ ଏବେ ଆକ୍ସନ ମୋଡ୍କୁ ଆସିଛି ଅର୍ଥନୈତିକ ଅପରାଧ ଶାଖା (EOW)।ପୂର୍ବରୁ ଶୁଆକାଟି ସ୍ଥିତ ମ ସମ୍ପର୍କିତ ମାମଲାରେ ED ତାଙ୍କୁ ଗିରଫ କରିଥିଲା । ଏବେ ପୁଣି ଏକ କ୍ରସର କିଣାବିକା ମାମଲାକୁ ନେଇ EOW ଚଢ଼ାଉ କରିଛି ।କେନ୍ଦୁଝରରେ ରାଜା ଚକ୍ର ଓ ତାଙ୍କ ସହଯୋଗୀ ସଦାଶିବ ସାମଲଙ୍କ ଘରେ EOWର ଦୁଇଟି ଟିମ ଚଢ଼ାଉ କରିଛି । କ୍ରସର ମାଲିକଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଥିଲା EOW । ଅକ୍ଟୋବର ୧୦ ତାରିଖ ଦିନ କେନ୍ଦୁଝର ସଦର ଥାନା ନୁନଝରଣ ଗାଁରେ DSPଙ୍କ ନେତୃତ୍ବରେ ତଦନ୍ତ କରିଥିଲା ଟିମ୍ । ସଦର ଥାନା ପୋଲିସ ଏବଂ ତହସିଲଦାର ଘଟଣାର ତଦନ୍ତ କରିଥିଲେ । ସମ୍ପୃକ୍ତ ସ୍ଥାନର ମାପଚୁପ ମଧ୍ୟ କରାଯାଇଥିଲା । ଆଜି ରାଜା ଚକ୍ର ଓ ତାଙ୍କ ସହଯୋଗୀଙ୍କ ଘରେ EOWର୨ଟି ଟିମ୍ ଚଢ଼ାଉ କରିଛି ।
