ପୁଣି ରାଜଧାନୀରେ ଲଜ୍ଜା । ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ପୁଣି ରାଜଧାନୀରେ ଲଜ୍ଜା । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ହଷ୍ଟେଲରେ ରହୁଥିଲା ଯୁବତୀ । ରବିବାର କୌଣସି କାରଣକୁ ନେଇ ହୋଟେଲ୍‌କୁ ଡାକିଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ । ସେଠାରେ ହଠାତ୍‌ ପୁରୁଷ ବନ୍ଧୁ ଜଣଙ୍କ ଯୁବତୀଙ୍କ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଯୁବତୀ ଜଣଙ୍କ ଏହାକୁ ବିରୋଧ କରିଥିଲେ । କିନ୍ତୁ ପୁରୁଷ ବନ୍ଧୁ ଜଣଙ୍କ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି।ଯୁବକ ଘଟଣା ପରେ ଫେରାର ହୋଇଯାଇଥିବା ସହ ପୁଲିସ ମାମଲା ରୁଜୁ କରି ତଦନ୍ତ ସହ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯିବା ସହ ଧଉଳି ଥାନା ପୁଲିସ ତଦନ୍ତ ଜାରି ରଖିଛି।

ଅଧିକ ପଢନ୍ତୁ