ଅଲ୍ଲୁ ଅର୍ଜୁନଙ୍କ ୪୪ତମ ଜନ୍ମଦିନ ଅବସରରେ ଫିଲ୍ମ ‘ରାକା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କୁ ଭୟଙ୍କର ଏବଂ ଇଣ୍ଟ୍ରେଷ୍ଟିଂ ଲୁକରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୀପିକାଙ୍କ ସହିତ ଦେଖିବାକୁ ମିଳିଛି । ଯାହା ଫିଲ୍ମଟିକୁ ଆହୁରି ଖାସ୍ ବନାଇଛି ।ପୁଷ୍ପା ୩ର ଚର୍ଚ୍ଚା ମଧ୍ୟରେ ଅଲ୍ଲୁଙ୍କ ଆଗାମୀ ପିଲ୍ମ ରାକାର ପୋଷ୍ଟର ଜାରି ହେବା ମାତ୍ରେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ନାଁ ପ୍ରଥମେ AA22xA6 ରଖାଯାଇଥିଲା। ଅଲ୍ଲୁ ପୁଷ୍ପାର ପ୍ରଥମ ଭାଗରେ ଫାୟର ଥିଲେ, ଦ୍ଵିତୀୟରେ ଥିଲେ ଓ୍ଵାଇଲ୍ଡ ଫାୟର। ଏବେ ରାକାରେ ସେ ଭୋଲକାନୋ ମଚାଇବା ପାଇଁ ଆସୁଛନ୍ତି। କିନ୍ତୁ ପୁରୁଣା ଟାଇଟଲ୍ ଅସ୍ଥାୟୀ ଭାବେ ରଖା ଯାଇଥିଲା।ନିଜକୁ ଏପରି ଏକ ଦୁନିଆଁ ପାଇଁ ପ୍ରସ୍ତୁତ କରୁଛି ଯାହା ସବୁ ସୀମା ଉପରେ ରହିଛି ।’’ ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୨୫୨,୦୦୦ ରୁ ଅଧିକ ଲାଇକ୍ ଏବଂ ୮,୦୦୦ ରୁ ଅଧିକ କମେଣ୍ଟସ୍ ମିଳିଥିଲା ।
ରିଲିଜ ହୋଇଥିବା ଏହି ପୋଷ୍ଟରରେ ଅଲ୍ଲୁ ଅର୍ଜନଙ୍କ କ୍ଲୋଜ୍ ଅପ୍ ଲୁକ୍ ଦେଖିବାକୁ ମିଳିଛି । ଯେଉଁଥିରେ ଅଲ୍ଲୁ ଆଜୁନଙ୍କ କେଶ ଅଧା ଅଧା ହୋଇଥିବାବେଳେ ବଡ଼ ବଡ଼ ନଖ ସହିତ ସେ ଗୋଟିଏ ପଶୁ ଗେଟଅପରେ ନଜର ଆସିଛନ୍ତି । ବିଶେଷ କରି ଅଭିନେତାଙ୍କ ଲୁକ୍ ତାଙ୍କ ଚରିତ୍ରକୁ ଆହୁରି ରହସ୍ୟମୟ କରୁଛି । ପ୍ରାୟ ୮୦୦ କୋଟି ବଡ଼ ବଜେଟରେ ନିର୍ମାଣ ହେଉଥିବା ଏହି ପାନ୍ ଇଣ୍ଡିଆ ଫିଲ୍ମରେ ଅଲ୍ଲୁ ଅର୍ଜୁନ ଏକାଧିକ ଚରିତ୍ରରେ ନଜର ଆସିବେ। ଫିଲ୍ମ ଅନେକ ଭାରତୀୟ ଭାଷାରେ ରିଲିଜ୍ ହେବ। ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଛନ୍ତି ଦୀପିକା ପାଦୁକୋନ। ଦୀପିକା ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବା ନେଇ ବେଶ ଉତ୍ସାହିତ ଅଛନ୍ତି। ରାକାର ରିଲିଜକୁ ସେ ଚାତକ ପରି ଚାହିଁ ରହିଛନ୍ତି। ଫିଲ୍ମରେ ଦୀପିକାଙ୍କ ସହ ଅନ୍ୟ କଳାକାର ମଧ୍ୟରେ ରଶ୍ମିକା ମନ୍ଦାନା, ମୃଣାଲ ଠାକୁର, ଜାହ୍ନବୀ କପୁର, ରାମ୍ୟା କୃଷ୍ଣନ ଓ ଯୋଗୀ ବାବୁ ରହିଛନ୍ତି। ହେଲେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଓ ଏଟଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ରାକା ୨୦୨୬ ନୁହେଁ ୨୦୨୭ରେ ରିଲିଜ୍ ହେବ।
